We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹149 | |
| Amazon | Price not available | |
| Flipkart | Price not available |
About the book
‘ଆଦ୍ୟ ଓଁକାର' କବି ଆଶିଷ ବେହେରାଙ୍କ ପ୍ରଥମ କବିତା ସଂକଳନ । ସମୁଦାୟ ୮୪ ଟି କବିତାକୁ ନେଇ କବିତା କଳେବର ଗଠିତ। ଜୀବନର ବିଭିନ୍ନ ଦିଗ, ନିଜସ୍ଵ ଜୀବନର କ୍ଷୁଦ୍ର କ୍ଷୁଦ୍ର ଅନୁଭୂତିକୁ ନେଇ କବିତା ଗୁଡ଼ିକ ରଚିତ। କବିତା ଗୁଡ଼ିକର ଶୀର୍ଷକ ଭିନ୍ନ ଭିନ୍ନ ଏବଂ ପ୍ରତ୍ୟେକଟି କବିତା ଅନୁଭୂତିସିଦ୍ଧ ମାନସିକତାର ନିର୍ଯ୍ୟାସ ଅଟେ। ଏହା କବିଙ୍କର ତରୁଣ ବୟସର ରଚନା ହେଲେ ବି ତା'ର ଭାବ ବଳୟ ସୁଦୂର ବ୍ୟାପୀ ।
About the author
କବି ଆଶିଷ ବେହେରା ଓଡ଼ିଆ ସାହିତ୍ୟର କାବ୍ୟ ଆକାଶରେ ଏକ ଦୀପ୍ତିମାନ ନକ୍ଷତ୍ର । ନିଜସ୍ଵ ନୂତନ ଦିଗନ୍ତର କାବ୍ୟସ୍ଵରରେ ସେ ମୂର୍ତ୍ତିମାନ। ତାଙ୍କ ରଚନା ଶୈଳୀ ଓ ବିଷୟ ବସ୍ତୁ ଚୟନରେ ସ୍ୱତନ୍ତ୍ରତା ତାଙ୍କୁ ସାହିତ୍ୟ ଆକାଶରେ ଏକ ନୂତନ ସ୍ଥାନ ପ୍ରଦାନ କରିଛି । ତାଙ୍କର କବିତା ଗୁଡ଼ିକ ମଧ୍ୟରୁ ‘ମାଆ', ‘ଶ୍ରେଷ୍ଠ ସୃଷ୍ଟି', ‘କର୍ତ୍ତବ୍ୟ', ‘ରକ୍ତ ସ୍ନାନ',ପରି ଅନେକ କବିତା ଉଚ୍ଚ କୋଟୀର ହୋଇପାରିଛି ଏବଂ କବିଙ୍କର ସ୍ଵତନ୍ତ୍ର ଦୃଷ୍ଟିକୋଣର ମର୍ଯ୍ୟାଦା ପ୍ରଦାନ କରିଛି। ଅଦ୍ୟାବଧି ତାଙ୍କ ଅନେକ କବିତା ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟ ପତ୍ରିକା ପୃଷ୍ଠାରେ ପ୍ରକାଶିତ ହୋଇ ଜନାଦୃତି ଲାଭ କରିପାରିଛି । ଏହା ସହ ‘ରାଜ୍ୟସ୍ତରୀୟ ମାଟିଲଗ୍ନାଶ୍ରୀ ସମ୍ମାନ',‘ରାଜ୍ୟସ୍ତରୀୟ କର୍ମବୀର ସମ୍ମାନ',‘ଗୀତାଶ୍ରୀ ସମ୍ମାନ', ପରି ଅନେକ ସାରସ୍ଵତ ପୁରସ୍କାର ତାଙ୍କୁ ଦେଇଛି ସ୍ଵତନ୍ତ୍ର ସ୍ଵୀକୃତି ।